ଜାଗୃତିର ସ୍ୱପ୍ନ ( JAGRUTIRA SWAPNA )
କବିତା ସଂକଳନ ("An Inquiry into Emotions and Consciousness")
Free

କବି ଭାବରେ ସୁପରିଚିତ ଯୁବ ପ୍ରତିଭା ଶବ୍ଦ ସାଗର ରାଧାଶ୍ୟାମ ମହାନ୍ତି, ବୃତ୍ତିରେ ଶିକ୍ଷକ ଓ ରୁଚିରେ କବିତା ଲେଖିବାରେ ଯତ୍ନଶୀଳ ବ୍ୟକ୍ତି । ଦୈନିକ ଦିନଚର୍ଯ୍ୟାର ନିର୍ଦ୍ଦିଷ୍ଟ ନିର୍ଘଣ୍ଟର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କଲା ପରେ ଟିକିଏ ସମୟ ପାଇଲେ କଲମ ଧରନ୍ତି..... ମନର ଭାବକୁ ସରଳ, ପ୍ରାଞ୍ଜଳ ଓ ସାବଲୀଳ ଶବ୍ଦରେ କବିତା ଲେଖାରେ ବିନିଯୋଗ କରନ୍ତି । ସେ ଶିଶୁ କବିତା ସହିତ ଆଧୁନିକ କବିତା ଓ ଛନ୍ଦ କବିତା ଲେଖିବାରେ ଦକ୍ଷ ଓ ପାରଙ୍ଗମ । ସେ ଜଣେ ସରଳ ଉଦାର ବ୍ୟକ୍ତିତ୍ୱର ମେଳାପି ମଣିଷ । ସେ ଛାତ୍ର ବତ୍ସଳ ଓ ନିଜ ଅଞ୍ଚଳରରେ କୃତି ଶିକ୍ଷକ, କବି ଭାବରେ ଶ୍ରଦ୍ଧାଭାଜନର ପ୍ରିୟପାତ୍ର ।
ଶବ୍ଦ ସାଗର ରାଧାଶ୍ୟାମ ମହାନ୍ତିଙ୍କ ସ୍ଵରଚିତ କବିତା ସଂକଳନ "ଜାଗୃତିର ସ୍ୱପ୍ନ" ପୁସ୍ତକଟି ଲୋକ ଲୋଚନକୁ ଆସି... ପାଠକ ପାଠିକାମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବ ବୋଲି ଭରସା ଓ ବିଶ୍ୱାସ ରହିଛି । ତାଙ୍କ କବି ପ୍ରତି
ଭା ସୁଦୂର ପ୍ରସାରିତ ହୋଇ ତାଙ୍କୁ ବହୁତ ଆଗକୁ ନେଉ... ଓଡ଼ିଆ ଭାଷା ସାହିତ୍ୟର ଭଣ୍ଡାରକୁ ତାଙ୍କର ଏ ଅବଦାନ ତାଙ୍କୁ ମହତ କରି ରଖୁ ।
SHABDA SAGAR RADHASHYAM MOHANTY is a young talent well known as a poet. By profession, he is a teacher, and by passion, he is deeply devoted to writing poetry. After completing his daily duties and responsibilities, he spends his free time with a pen in hand, expressing his thoughts and feelings through simple, clear, and graceful words.
He is skilled in writing children’s poems, modern poetry, and traditional metrical poems. He is a humble, kind, and friendly person. He is very affectionate towards his students and is respected and loved in his area as both a dedicated teacher and a poet.
His self - written poetry collection, "JAGRUTIRA SWAPNA", has come before the public, and it is believed that it will be well received by readers. May his poetic talent spread far and wide, take him to greater heights, and may his contribution enrich Odia literature and make him truly distinguished.
Literature
Promoting Odia literature through digital platforms.
for Publish your Ebooks
ConNect us
official.tppublication@gmail.com
+919938334225
© 2025. All rights reserved.
